କବିତା – ଉଁଆସ ଜହ୍ନ
ମୁଁ ଖାଲି ଜାଣିଛି ବଞ୍ଚିବା ପାଇଁକି
ଲୋଡା ଖାଲି ଟିକେ ପ୍ରେମ
ସେଇ ପ୍ରେମ ହେବ ଜୀବନ ସଉଦା
ରଖିବାକୁ ଚିରଦିନ ।।
ଭୁଲିଗଲ ବୋଲି କରିବିନି ଦୁଃଖ
ଅଧା ବାଟେ ଦେଲ ଛାଡ଼ି
ଦୁଃଖକୁ କରିଛି ସାଇତା ସପନ
ଆସୁ ପଛେ ଘଡ଼ ଘଡି ।।
ରାତିର ଅନ୍ଧାର ମନେ ପଡୁଥିଲା
ମାଗୁଥିଲ ଟିକେ ସାହା
ଆଲୋକ ଭିତରେ ଅନ୍ଧାରକୁ ଡାକି
ବାଛିଲ ସ୍ବାର୍ଥ ର ନାଆ ।।
ବିଶ୍ୱାସ ସାଜିଲା ଆପଣାର ଶତ୍ରୁ
ପ୍ରତାରଣା ହେଲା ବୋଝ
ସମାଜ ଆଗରେ ଅଲୋଡା ଅଖୋଜା
ଆଇନା ବି କରେ ଲାଜ ।।
ତଥାପି ହସୁଛି ତୁମରି ପାଇଁ କି
ଜିଇଥିବି ଯେତେ ଦିନ
ତୁମରି ଭାବନା ସଂଜୀବନୀ ହୋଇ
ବିରହ ବି ଲାଗେ ପୁଣ୍ୟ ।।
ନିତି ଆକାଶକୁ ଦେଖୁ ଥାଏ ବସି
ନିରୋଳରେ ବାଛି ସ୍ଥାନ
ଯଦି ଫେରିଆସ ମନ ବଳୟକୁ
ଉଁଆସେ ଆସିବ ଜହ୍ନ ।।
ସମାପ୍ତ
ସତ୍ୟନାରାୟଣ ପ୍ରଧାନ
ସା / ପୋ -ଅଣ୍ଟିଆ , ଥାନା-ଜେନାପୁର , ଜିଲ୍ଲା-ଯାଜପୁର , ପିନ୍ -୭୫୫୦୨୩ , ମୋ -୯୧୭୮୩୧୩୬୪୪